ପିଲାମାନଙ୍କୁ ପଣିକିଆ ଶିଖାଇବା ର ଅନନ୍ୟ ମାଧ୍ୟମ
ପିଲାମାନଙ୍କୁ ଗୁଣନ ଶିଖେଇବା କାଠିକର ପାଠ ଅଟେ। କିନ୍ତୁ ଯଦି ଆମେ ପଠନ ପ୍ରକ୍ରିୟା କୁ ଗୁଣନ ଖେଳ ମାଧ୍ୟମ ରେ ସମ୍ପାଦନ କରିବା ତେବେ ପଠନ ଉଦ୍ଦେଶ୍ୟ ହାସଲ ହେବା ସଂଗେ ସଂଗେ ଶିଶୁ ମାନେ ଅତି ସହଜ ରେ ଗୁଣନ ଶୈଳୀ କୁ ବୁଝି ଓ ଶିଖି ପାରିବେ। ପଣିକିଆ କୁ ଚିତ୍ର ଓ ଖେଳ ମାଧ୍ୟମ ରେ ମନେ ରଖିଲେ ଶିକ୍ଷଣ କାର୍ଯ୍ୟ ସଫଳ ହୋଇପାରିବ।
ଗୁଣନ ହେଉଛି ଏପରି ଏକ ପ୍ରକ୍ରିୟା ଯେଉଁଥିରେ ୨ ଟି ସଂଖ୍ୟା ର ଗୁଣଫଳ ନିର୍ଣ୍ଣୟ କରାଯାଏ। ଏହା ସାଧାରଣତଃ ବାରମ୍ବାର ମିଶାଣ ନ କରି ଗୋଟିଏ ଥର ରେ ଉତ୍ତର ନିର୍ଣ୍ଣୟ କରିବାର ଏକ ସରଳ କୌଶଳ ଅଟେ। ପ୍ରକାରାନ୍ତ ରେ ଗୁଣନ ପ୍ରକ୍ରିୟା ରେ ଗୋଟିଏ ନିର୍ଦ୍ଦିଷ୍ଟ ସଂଖ୍ୟା କୁ ବାରମ୍ବାର ଯୋଗ କରାଯାଇଥାଏ। ଯେଉଁ ସଂଖ୍ୟା ୨ ଟି କୁ ଗୁଣନ କରାଯାଏ ସେହି ସଂଖ୍ୟା ୨ ଟି କୁ ଯଥାକ୍ରମେ ଗୁଣ୍ୟ ଓ ଗୁଣକ କୁହାଯାଏ।
ଗୁଣ୍ୟ × ଗୁଣକ= ଗୁଣଫଳ
ଗୁଣନ କ୍ରିୟା ରେ ଗୁଣ୍ୟ ଓ ଗୁଣକ; ଗୁଣଫଳ ର ଗୁଣନୀୟକ ଅଟନ୍ତି।
ଯଦି ଆମେ ୨×୩ କରିବା ତେବେ ଗୁଣଫଳ ୬ ଆସିବ ଯାହାର ଅର୍ଥ ହେଉଛି ୨+୨+୨ = ୬ କିମ୍ବା ୩+୩=୬। ଏଠାରେ ୨ କୁ ୩ ଥର ମିଶେଇବା ଦ୍ୱାରା କିମ୍ବା ୩ କୁ ୨ ଥର ମିଶେଇବା ଦ୍ୱାରା ମଧ୍ୟ ଉତ୍ତର ମିଳିପାରେ। କିନ୍ତୁ ଗୁଣନ ର ଆବିଷ୍କାର ହିଁ ମିଶାଣ ପ୍ରକ୍ରିୟା କୁ ସହଜ ବନେଇବା ପାଇଁ ହୋଇଥିଲା।
ଆମେ ଏକ ଗୁଣନ ଖେଳ ସମ୍ବନ୍ଧୀୟ ସଫ୍ଟୱେୟାର ବିକାଶ କରିଛୁ; ଯେଉଁଥିରେ ପିଲାମାନଙ୍କ ଗୁଣନ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ର ବ୍ୟବସ୍ଥା କରାଯାଇଛି। ଏହି ଖେଳ ର ନିୟମ ଗୁଡିକ ନିମ୍ନ ରେ ଦର୍ଶାଇଦିଆଯାଇଛି।
ଚିତ୍ରପଟ ର ମଝି ରେ ପ୍ରଶ୍ନ ଓ ପ୍ରଶ୍ନ ନିମ୍ନ ରେ ୪ ଟି ବିକଳ୍ପ ଉତ୍ତର ରହିବ। ପ୍ରଶ୍ନ ର ଉପର କୋଣ ରେ ମାର୍କ ସାରଣୀ ରହିଛି, ଏଥିରେ ପ୍ରତ୍ୟେକ ପ୍ରଶ୍ନ ର ସଠିକ ଉତ୍ତର ଦେଲେ ୧ ମାର୍କ ଯୋଡି ହୋଇ ଦେଖାଇବ। ଯଦି ଭୂଲ ଉତ୍ତର ଦେବ, ତେବେ ସେହି ପ୍ରଶ୍ନ ଉପରେ ପୁଣି ଥରେ ଚେଷ୍ଟା କରନ୍ତୁ ବୋଲି ଲେଖିବ। ସଠିକ ଉତ୍ତର ଦେଲେ ହିଁ ତାହା ପରବର୍ତ୍ତୀ ପ୍ରଶ୍ନ ଦେଖାଇବ।
ଉପରୋକ୍ତ ଅନନ୍ୟ ମାଧ୍ୟମ ରେ ଗୁଣନ ଖେଳ କୁ କାର୍ଯ୍ୟକାରୀ କରି ଓ ଦୈନିକ କେବଳ ୫ ମିନିଟ ଏହି ପଣିକିଆ ଖେଳ ଅଭ୍ୟାସ କଲେ ଶିଶୁ ମାନଙ୍କ ଗୁଣନ ଖନ୍ଦା ବିଷୟ ରେ ପାରଦର୍ଶିତା ଆସିବା ସହ ଗାଣିତିକ ଜ୍ଞାନ ର ବିକାଶ ହୋଇପାରିବ।